text
stringlengths
305
384k
title
stringlengths
0
3.1k
url
stringclasses
651 values
source
stringclasses
5 values
word_count
int32
31
59.3k
ଶବ୍ଦାର୍ଥ: କଟାଇବା — ଉଚ୍ଚାରଣ: Kaṭāibā কটোন कटाना ଦେ. କ୍ରି. କାଟିବାର ଣିଜନ୍ତରୂପ; ୧: କର୍ତ୍ତିତ କରାଇବା — ୧. To cause to be cut. ୨: ଆପଣାର ଦେୟ ଟଙ୍କା ପଇସାକୁ ପ୍ରାପ୍ୟରେ ମଜୁରା ନେବା ଓ ଦେବା —୨. To set off or deduct from one's dues. ୩: ବାଟରୁ ଆଡ଼େଇ ଅପର ଦିଗକୁ ଆସୁଥିବା ଗାଡ଼ି ଆଦିକୁ ବାଟ ଛାଡ଼ିଦେବା —୩. To cause a cart or conveyance to move to ...
କଟାଇବା
https://or.wiktionary.org/wiki/%E0%AC%95%E0%AC%9F%E0%AC%BE%E0%AC%87%E0%AC%AC%E0%AC%BE
or_wiktionary_org
138
ଶବ୍ଦାର୍ଥ: କଟାକଟି — ଉଚ୍ଚାରଣ: Kaṭākaṭi কাটাকাটি कटाकटि; काटकुट ଦେ. ବି ଓ ବିଣ—ସଂ. କିର୍ତ୍ତନ. ପ୍ରା. କଟ୍ଟନ — ୧: କର୍ତ୍ତନ; ଛେଦନ —୧. Cutting; hacking. ୨: ହଣାହଣି; ପରସ୍ପର କାଟିବା — ୨. Mutual hacking. ପରସ୍ପର ପାଞ୍ଚାଳ ତୁଲେ ଆମ୍ଭ ଲୋକ, ଶୋଇଲେ କଟାକଟି ହୋଇ ରଣେ ବେକ କୃଷ୍ଣସିଂହ. ମହାଭାରତ. ଦ୍ରୋଣ ୩: ଗାଳି ଦିଆଦେଇ —୩. A busing each other. ଅଳ୍ପଦିନ ସ୍ଥି...
କଟାକଟି
https://or.wiktionary.org/wiki/%E0%AC%95%E0%AC%9F%E0%AC%BE%E0%AC%95%E0%AC%9F%E0%AC%BF
or_wiktionary_org
84
ଶବ୍ଦାର୍ଥ: କଟାକ୍ଷ — ଉଚ୍ଚାରଣ: Kaṭāksha ସଂ. ବି. କଟ=ପ୍ରାନ୍ତ+ଅକ୍ଷି=ଆଖି — ୧: ଈଷତ୍ଦୃଷ୍ଟି — ୧. Glance. ୨: ବକ୍ରଦୃଷ୍ଟି; ଅପାଙ୍ଗଦୃଷ୍ଟି; ଆଡ଼ଚାହାଣି — ୨. Sidelong glance. ଅଧରେ ଦନ୍ତଚାପି କଟାକ୍ଷ ବେନି ଡ଼ୋଳା ସାରଳା, ମହାଭାରତ, ଭୀଷ୍ମ ୩: କାମୂକଦୃଷ୍ଟି —୩. Amorous glance. ୪: ଅତି ଅଳ୍ପ ସମୟ; ଆଖି ପଲକ ପଡ଼ିବା କାଳ — ୪. A moment; a glance. ୫: ଈଷତ୍ କୃପାଦୃ...
କଟାକ୍ଷ
https://or.wiktionary.org/wiki/%E0%AC%95%E0%AC%9F%E0%AC%BE%E0%AC%95%E0%AD%8D%E0%AC%B7
or_wiktionary_org
74
ଶବ୍ଦାର୍ଥ: କଟାଳ — ଉଚ୍ଚାରଣ বাটখারা बटखरा জিদ तकाजा, हठ हठ কড়াই कडाह ଦେ. ବି — ୧: ବଟକରା; ନିକିତିର ଏକ ପାଲାରେ ୟାହାକୁ ରଖିବା ଦ୍ବାରା ତଉଲା ହେଉଥିବା ଦ୍ରବ୍ୟର ଓଜନ ନିର୍ଣ୍ଣୟ କରାଯାଏ — ୧. Weights. ୨: ଅଳି;ସନିର୍ବନ୍ଧ ଅନୁରୋଧ ବା ପ୍ରାର୍ଥନା; ଜଞ୍ଜାଳପୂର୍ବକ ଉପର୍ୟ୍ୟୁପରି ପ୍ରାର୍ଥନା — ୨. Persistent request; repeatedly pressing request; importunate as...
କଟାଳ
https://or.wiktionary.org/wiki/%E0%AC%95%E0%AC%9F%E0%AC%BE%E0%AC%B3
or_wiktionary_org
91
ଶବ୍ଦାର୍ଥ: କଟାଳିବା — ଉଚ୍ଚାରଣ: Kaṭāḻibā জিদ্করা हठ करना ଦେ. କ୍ରି. — ୧: ଅଳି କରିବା; ସନିର୍ବନ୍ଧ ବା ବାରମ୍ବାର ପ୍ରାର୍ଥନା କରିବା —୧. To ask for anything pressingly or repeatedly. ମନ ଜାଣିବାକୁ କଟାଳିଲି ନିଧୁବନ ଅଭିମନ୍ୟୁ, ବାଦଗ୍ବଚିନ୍ତାମଣି ୨: ଜିଦି କରିବା; ୟିଗର କରିବା; ଅଡ଼ି ବସିବା — ୨. To insist on a thing. ୩: କୌଣସି ପ୍ରାର୍ଥନା ପୁରଣ ପାଇଁ—ଅନୁରୋ...
କଟାଳିବା
https://or.wiktionary.org/wiki/%E0%AC%95%E0%AC%9F%E0%AC%BE%E0%AC%B3%E0%AC%BF%E0%AC%AC%E0%AC%BE
or_wiktionary_org
96
ଶବ୍ଦାର୍ଥ: କଟାହ — ଉଚ୍ଚାରଣ: Kaṭāha ସଂ. ବି. କଟ=ଅତିଶୟ+ଆ=ସମ୍ୟକ୍+ହନ. ଧାତୁ= ଆଘାତ କରିବା=କର୍ତ୍ତୃ. ଅ — ୧: କରେଇ —୧. Frying pan. ୨: ଘୃତ ତୈଳାଦି ପାକପାତ୍ର; ହଣ୍ଡା — ୨. Cauldron; a boiler. ୩: ତେଲଉଣୀ; ପଲମ —୩. A flat pan. ୪: କଇଞ୍ଛର ଖୋଳ ବା ଖପୁରି — ୪. The shell-bone of a turtle. ୫: ମୁଣ୍ଡର ଖପୁରି —୫. Skull-bone. ୬: ହାଣ୍ଡି ଖପରା — ୬. A piece o...
କଟାହ
https://or.wiktionary.org/wiki/%E0%AC%95%E0%AC%9F%E0%AC%BE%E0%AC%B9
or_wiktionary_org
115
ଶବ୍ଦାର୍ଥ: କଟି — ଉଚ୍ଚାରଣ: Kaṭi ସଂ. ବି. ସ୍ତ୍ରୀ. କଟ୍ ଧାତୁ=ଗମନ କରିବା+ସଂଜ୍ଞାର୍ଥେ. ଇ — ୧: ଅଣ୍ଟା; କମର୍ —୧. The loins. ୨: ହସ୍ତିର ଗଣ୍ଡସ୍ଥଳ — ୨. The temples of an elephant. ପ୍ରାଦେ. ପୁରୀ, ଗଞ୍ଜାମ ବି. — ୩: କଉଡ଼ି ଖେଳରେ ଗୋଟିଏ ମାତ୍ର କଉଡ଼ି ଚିତି ହୋଇ ପଡ଼ିବା ଦାନ; କଉଡି ଖେଳରେ 'ଦଶ' ସୁମାରି ଦାନ — ୩. The throw resulting in one cowrie being uptu...
କଟି
https://or.wiktionary.org/wiki/%E0%AC%95%E0%AC%9F%E0%AC%BF
or_wiktionary_org
86
ଶବ୍ଦାର୍ଥ: କଟିବା — ଉଚ୍ଚାରଣ: Kaṭibā কটেবাওরা कटयाना ଦେ. କ୍ରି କାଟିବା କ୍ରିୟାର କର୍ମବାଚ୍ୟର ଆକାର — ୧: ମନୁଷ୍ୟ ଆଦି ଅନ୍ୟଦ୍ବାରା ହଣାହେବା; ହତହେବା — ୧. To be killed. ଯଥା—ୟୁଦ୍ଧରେ ତିନିହଜାର ଲୋକ କଟିଲେ ୨: କର୍ତ୍ତିତହେବା; କଟାହେବା —୨. To be cut. ଶିରକମଳ ତାର କଟି, ପଡ଼ିଲା ମହୀ ତଳେ ଭେଟି—ଜଗନ୍ନାଥ, ଭାଗବତ ୩: ମଜୁରା କରାୟିବ —୩. To be set off. ଯଥା—ମୁଁ ଦରମ...
କଟିବା
https://or.wiktionary.org/wiki/%E0%AC%95%E0%AC%9F%E0%AC%BF%E0%AC%AC%E0%AC%BE
or_wiktionary_org
141
ଶବ୍ଦାର୍ଥ: କଟୁ — ଉଚ୍ଚାରଣ: Kaṭu ସଂ. ବିଣ କଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଉ — ୧: ଷଡ଼ରସ ମଧ୍ୟରୁ ଏକତମ ରାଗୁଆ —୧. Pungent; hot in taste. ୨: ତିକ୍ତ —୨. Bitter. ୩: ବିସ୍ମାଦ; ବିରସ —୩. Of offensive taste; insipid. ୪: ଅପ୍ରିୟ; କଡ଼ୁଆ; ଅପ୍ରୀତିକର —୪. Disagreeable to taste, smell, touch, hearing or sight or to the mind; unpleasent. ୫: କର୍କଶ —୫...
କଟୁ
https://or.wiktionary.org/wiki/%E0%AC%95%E0%AC%9F%E0%AD%81
or_wiktionary_org
193
ଶବ୍ଦାର୍ଥ: କଟୁଆଳ — ଉଚ୍ଚାରଣ: Kaṭuāḻa কোতোরাল कातवाल ଦେ. ବି.—ସଂ. କୋଟ୍ଟପାଳ — ୧: ନଗରରକ୍ଷକ ରାଜ— କର୍ମଚାରୀ; ନଗରରକ୍ଷୀ ପ୍ରହରୀ ବା ଜଗୁଆଳି — ୧. A guardsman of the town police. କଟୁଆଳ ଡ଼କଇଲା ଘେନି ୟାଉ ବୋଇଲା ବିଶ୍ବନାଥ, ବିଚିତ୍ରରାମାୟଣ ୨: ନଗରରକ୍ଷୀ ପ୍ରହରୀମାନଙ୍କ ଅଧ୍ୟକ୍ଷ — ୨. Head of the police, corresponding to the Police Commissioner in pre...
କଟୁଆଳ
https://or.wiktionary.org/wiki/%E0%AC%95%E0%AC%9F%E0%AD%81%E0%AC%86%E0%AC%B3
or_wiktionary_org
77
ଶବ୍ଦାର୍ଥ: କଟୁକା — ଉଚ୍ଚାରଣ: Kaṭukā কট্ কী कटकि; कटुकी ମ. କୁଟକୀ ଗୁ. କଡ଼ୁ ତେ. କାଟକରୋହିଣୀ ଫା. ଖର୍ବକେସିୟାହ ଆ. ଖର୍ବକ୍ ଅସ୍ବଦ୍ ସଂ. ପର୍ୟ୍ୟୟ:—କଟୁକା, କଟ୍ବୀ, ତିକ୍ତା, କୃଷ୍ଣଭେଦା, କଟୂମ୍ଭରା, ଅଶୋକା, ମସ୍ୟଶକଳା, ଚତ୍ରାଙ୍ଗୀ, ଶକୁଳାଦନୀ, ମସ୍ୟପିତ୍ତା, କାଣ୍ଡରୁହା, ରୋହିଣୀ, କଟୁରୋହିଣୀ ସଂ. ବି. କଟୁ+କ+ଆ — ବୈଦ୍ୟକ ଶାକଲତାବିଶେଷର ମୂଳ; ୘ଟୁକୀ; — Black Hellebor...
କଟୁକା
https://or.wiktionary.org/wiki/%E0%AC%95%E0%AC%9F%E0%AD%81%E0%AC%95%E0%AC%BE
or_wiktionary_org
96
ଶବ୍ଦାର୍ଥ: କଟୁତିକ୍ତିକା — ଉଚ୍ଚାରଣ: Kaṭutiktikā তিতলাউ; তিতলোকী फड़वाफद; तितिलौकी ସଂ. ପର୍ୟ୍ୟାୟ—ଇକ୍ଷ୍ବାକୁ; ତୁମ୍ବୀ; ମହାଫଳା; କଟୁତୁମ୍ବୀ; କଟୁତିକ୍ତିକା; ମ. କଡ଼ୁଭୋମ୍ପଲା ତୈ. ଚେତିଆବତ ଗୁ. କଡ଼ବୀ ତୁମ୍ବଡ଼ୀ ଫା. କୁଟୁତଲଖ୍ ଆ. କରଉଲ୍ମୁର ସଂ. ବି — ପିତାଲାଉ ଲତା ଓ ଫଳ — Bitter gourd; wild variety of Lagenaria Vulgaris. ଦ୍ର—ଏହା ଶୀତବୀର୍ୟ୍ୟ, ଅରୁଚି— କ...
କଟୁତିକ୍ତିକା
https://or.wiktionary.org/wiki/%E0%AC%95%E0%AC%9F%E0%AD%81%E0%AC%A4%E0%AC%BF%E0%AC%95%E0%AD%8D%E0%AC%A4%E0%AC%BF%E0%AC%95%E0%AC%BE
or_wiktionary_org
57
ଶବ୍ଦାର୍ଥ: କଠଉଚିହ୍ନ — ଉଚ୍ଚାରଣ: Kaṭhauchihna খড়সের দাগ खडाउँ कि दाग ଦେ. ବି. — ୧: ଭୂମି ଉପରେ ପଡ଼ିଥିବା ଖଡ଼ମର ଦାଗ — ୧. Trace or print left on the earth by wooden sandals. ୨: ନାଗ ଆଦି ସାପଙ୍କ ଫଣା ଉପରେ ଥିବା ପାଦୁକାକାର କୃଷ୍ଣବର୍ଣ୍ଣ ଚିହ୍ନ —୨. Sandal or bracket shaped black mark found on the hood of the cobra and other poisonous sna...
କଠଉଚିହ୍ନ
https://or.wiktionary.org/wiki/%E0%AC%95%E0%AC%A0%E0%AC%89%E0%AC%9A%E0%AC%BF%E0%AC%B9%E0%AD%8D%E0%AC%A8
or_wiktionary_org
94
ଶବ୍ଦାର୍ଥ: କଠା ପଡ଼ିଯିବା — ଉଚ୍ଚାରଣ: Kaṭhā paṟḍ̠ij̄ibā ଦେ. ବି. — ୧: ହାତର ମୁଠା ଦୃଢ଼ବନ୍ଧନଦ୍ବାରା ଜାବୁଡ଼ି ହୋଇ ରହିୟିବା ଅବସ୍ଥା —୧. Firm grip of the hands. ୨: ଦୁଇହାତକୁ କତୁରୀ ପରି କରି ତହିଁ ମଧ୍ୟରେ କୌଣସି ବସ୍ତୁକୁ ଯଥା—ଅନ୍ୟ କୌଣସି ବ୍ୟକ୍ତିର ବେକ ଚିପି ଧରି ଥିବା ଅବସ୍ଥାରେ ଚିପିବା ଲୋକର ମାନସିକ ଉତ୍ତେଜନା ଯୋଗୁଁ ଉକ୍ତ ବନ୍ଧନ ଦୃଢ଼ତର ହୋଇ ନ ଫିଟିବା ଅବସ୍ଥା...
କଠା ପଡ଼ିଯିବା
https://or.wiktionary.org/wiki/%E0%AC%95%E0%AC%A0%E0%AC%BE_%E0%AC%AA%E0%AC%A1%E0%AC%BC%E0%AC%BF%E0%AC%AF%E0%AC%BF%E0%AC%AC%E0%AC%BE
or_wiktionary_org
78
ଶବ୍ଦାର୍ଥ: କଠୋର — ଉଚ୍ଚାରଣ: Kaṭhora କଠୋରତା, କଠୋରତ୍ନବି ସଂ. ବିଣ. କଠ୍ ଧାତୁ=ଦୁଃସ୍ଥ ହେବା+କର୍ତ୍ତୃ. ଓର — ୧: କଠିନ; ଟାଣୁଆ; ଦୃଢ଼ — ୧. Hard; stiff. ୨: ଅଲଘ୍ୟ; ଅଲଘଂନୀୟ — ୨. Strict; which must not be infringed. ୩: ବିଷମ —୩. Severe. ୪: କଷ୍ଟସାଧ୍ୟ; ଦୁରୂହ; ଶକ୍ତ; କଷ୍ଟକର —୪. Difficult. ୫: ନିଷ୍ଠୁର; ନିର୍ଦ୍ଦୟ —୫. Cruel. ୬: ଜରଠ; ବୃଦ୍ଧ —୬. Old; d...
କଠୋର
https://or.wiktionary.org/wiki/%E0%AC%95%E0%AC%A0%E0%AD%8B%E0%AC%B0
or_wiktionary_org
88
ଶବ୍ଦାର୍ଥ: କଡ଼କା — ଉଚ୍ଚାରଣ: Kaṟdtodline;akā কড়কা कड़ाका ଦେ. ବିଣ ସଂ. କର୍କଶ, କଟୁ — ୧: ଉତ୍ତପ୍ତ; ଗରମ — ୧. Heated. ୨: ରାଗରେ ଜରଜର —୨. Foaming with rage. ୩: ଶୁଖିଥିବା —୩. Dried by heat. ୪: ଉପବାସୀ —୪. Fasting. ୫: ସ୍ଫୁର୍ତ୍ତିଯୁକ୍ତ; ସତେଜ; ଚଞ୍ଚଳ — ୫. Active; made brisk. ବାନ୍ଧୁ ସେ ପଛେ ଫଡ଼କା ବାନା ଯେତେ ହୋଇଲେ ଲଡ଼କା ସିଜା କଡ଼କା ରଖି ବି କର...
କଡ଼କା
https://or.wiktionary.org/wiki/%E0%AC%95%E0%AC%A1%E0%AC%BC%E0%AC%95%E0%AC%BE
or_wiktionary_org
97
ଶବ୍ଦାର୍ଥ: କଡ଼ମଡ଼ — ଉଚ୍ଚାରଣ: Kaṟḍ̠amaṟḍ̠a কিড়মিড়; কড়মড় किचकिच ଦେ. ଅ. ଧ୍ଵନ୍ୟନୁକରଣ; ତୁଲ. ସଂ. କଡ଼ ଧାତୁ=ଭକ୍ଷଣ — ୧: କ୍ରୋଧରେ ଦାନ୍ତ ରଗଡ଼ିବା, କ୍ରୋଧଜର୍ଜର — ୧. Foaming with rage; gnashing with rage. ୨: ଦାନ୍ତ ଚୋବାଇବା ଶବ୍ଦ —୨. Sound produced by the grinding of the teeth; gnashing of the teeth. କଡ଼ମଡ଼ ଶବଦ ଯେ ଶୁଭେ ଦନ୍ତପାଟି ସାରଳା....
କଡ଼ମଡ଼
https://or.wiktionary.org/wiki/%E0%AC%95%E0%AC%A1%E0%AC%BC%E0%AC%AE%E0%AC%A1%E0%AC%BC
or_wiktionary_org
95
ଶବ୍ଦାର୍ଥ: କଡ଼ମା — ଉଚ୍ଚାରଣ: Kaṟḍ̠amā কড়মা कड़हन ଦେ. ବି. ସଂ. କଲମ=ଧାନ୍ୟବିଶେଷ — ୧: ଧାନ୍ୟବିଶେଷ — ୧. A kind of paddy. ଏହା ଦୂବ ପରି ଲଟାଏ କିନ୍ତୁ ଦୂବ ଅପେକ୍ଷା ମୋଟା ୨: ସଂ. କଡ଼ମ୍ବ—ଧାନ ଫସଲ କାଟି ନେବା ପରେ କିଆରୀରେ ଥିବା ନଡ଼ା ମୂଳରୁ ବର୍ଷା ବା ଜଳ ପ୍ରଭାବରେ ଅସମୟରେ ଗଜୁରିଥିବା ଧାନ ଗଛ ଓ କେଣ୍ଡ଼ା — ୨. The paddy plant and stalks coming out of the s...
କଡ଼ମା
https://or.wiktionary.org/wiki/%E0%AC%95%E0%AC%A1%E0%AC%BC%E0%AC%AE%E0%AC%BE
or_wiktionary_org
146
ଶବ୍ଦାର୍ଥ: କଡ଼ା — ଉଚ୍ଚାରଣ: Kaṟḍ̠ā ମିଠା—ବିପରୀତ কড়া कड़ा ଦେ. ବିଣ. ସଂ. କଟୁ — ୧: ପ୍ରଚଣ୍ଡ଼; ଉଗ୍ର; ଚିଡ଼ଲ୍; ରୁକ୍ଷ — ୧. Irritated; surly. ଯଥା—କଡ଼ା କଥା; କଡ଼ା ମିଜାଜ୍ ୨: ତୀକ୍ଷ୍ଣ —୨. Sharp. ୩: ନିଷ୍ଠୁର; କଠୋର — ୩. Hard hearted; stern; cruel. ୪: ତୀବ୍ର ଗନ୍ଧବିଶିଷ୍ଟ —୪. Of offensive smell. ୫: କଟୁ ସ୍ବାଦବିଶିଷ୍ଟ —୫. Bitter in taste. ଯଥା—କଡ...
କଡ଼ା
https://or.wiktionary.org/wiki/%E0%AC%95%E0%AC%A1%E0%AC%BC%E0%AC%BE
or_wiktionary_org
336
ଶବ୍ଦାର୍ଥ: କଡ଼ିଆଳି — ଉଚ୍ଚାରଣ: Kaṟḍ̠iāḻi কড়িয়াল, কড়িয়ালি ଦେ. ବି. ସଂ. କଟକ — ୧: ହସ୍ତାଭରଣବିଶେଷ; ହସ୍ତବଳୟ; କଲିଆରି; ପଇଞ୍ଚ —୧. A bracelet. ଯେମାମଣି ମଣିବନ୍ଧରେ ଆଳୀ, ଖଞ୍ଜିଲେ ତିଖା ଖଞ୍ଜି କଡ଼ିଆଳି କବିସୂର୍ଯ୍ୟ. ଚନ୍ଦ୍ରକଳା ୨: ସଂ. ଖଳୀନ—ଲଗାମ —୨. Reins. ଅଶ୍ବଙ୍କର କଡ଼ିଆଳି ତହିଁ ମୋଡ଼ି କରି କେଉଁ ୟୋଦ୍ଧା ପୁଣ ତହିଁ ମ଼ଡ଼ାକୁ ଆବୋରି ସାରଳା. ମହାଭାରତ. ଭୀଷ...
କଡ଼ିଆଳି
https://or.wiktionary.org/wiki/%E0%AC%95%E0%AC%A1%E0%AC%BC%E0%AC%BF%E0%AC%86%E0%AC%B3%E0%AC%BF
or_wiktionary_org
53
ଶବ୍ଦାର୍ଥ: କଢ଼ା — ଉଚ୍ଚାରଣ: Kaṟḍ̠ẖā किल्ला ଦେ. ବି. ସଂ. କଟାହ; ଏହାର ଆକୃତି କଟାହ ପରି ଥିବାରୁ — ୧: ବାଦ୍ୟବିଶେଷ — ୧. A kind of drum. କଢ଼ା ମୃଦଙ୍ଗ ଶଙ୍ଖ ସୁର—ନୀଳାଦ୍ରି ମହୋଦୟ ୨: ସଂ. କଳି—ଅଙ୍କୁର; ଗଜା — ୨. Young shoots or sprouts of plants. ୩: ଗଛର ଗଣ୍ଡି ବା ଡାଳରୁ ବାହାରିବା କୁଆଁ — ୩. New shoots coming out from the trunk of branch of a tree....
କଢ଼ା
https://or.wiktionary.org/wiki/%E0%AC%95%E0%AC%A2%E0%AC%BC%E0%AC%BE
or_wiktionary_org
134
ଶବ୍ଦାର୍ଥ: କଢ଼ାଇବା — ଉଚ୍ଚାରଣ: Kaṟḍ̠ẖāibā কাড়ান कढ़ाना ଦେ. କ୍ରି. ସଂ. କର୍ଷଣ; ପ୍ରା. କଡ଼ଢଣ 'କାଢ଼ିବା' କ୍ରିୟାର ଣିଜନ୍ତରୂପ — ୧: ସର୍ବସମକ୍ଷରେ ଦେଖାଇବା —୧. To show; to exhibit. କଢ଼ାଇଲା ମୋହର ଅମହତ୍ବ ବାରୀ— କୃଷ୍ଣସିଂହ. ମହାଭାରତ. ବନ ୨: ଅନ୍ୟଦ୍ବାରା ବାହାର କରାଇବା — ୨. To cause to be brought out. ଲୋକଙ୍କ ହାତେ ତାହା କଢାଇ ପକାଇଲେ— କୃଷ୍ଣସିଂହ. ମହାଭା...
କଢ଼ାଇବା
https://or.wiktionary.org/wiki/%E0%AC%95%E0%AC%A2%E0%AC%BC%E0%AC%BE%E0%AC%87%E0%AC%AC%E0%AC%BE
or_wiktionary_org
103
ଶବ୍ଦାର୍ଥ: କଣାଦ — ଉଚ୍ଚାରଣ: Kaṇāda ସଂ. ବି. କଣ=ଅଳ୍ପ+ଅଦ ଧାତୁ=ଖାଇବା+କର୍ତ୍ତୃ. ଅ — ୧: ବୈଶେଷିକ ଦର୍ଶନ ପ୍ରଣେତା ଋଷିବିଶେଷ — ୧. A sage; founder of the B&aline;i̱ṡeshika system of Hindu philosophy. ୨: କାଶ୍ୟପ ଋଷି —୨. Sage Kāṡyapa. ୩: ସ୍ବର୍ଣ୍ଣକାର; ବଣିଆ —୩. Goldsmith. ଦ୍ର—ସ୍ବର୍ଣ୍ଣକାର ବା ସୁନାରି ବଣିଆ ସୁନା ପ୍ରଭୃତି ମୂଲ୍ୟବାନ ଧାତୁର କଣା ବା କ୍...
କଣାଦ
https://or.wiktionary.org/wiki/%E0%AC%95%E0%AC%A3%E0%AC%BE%E0%AC%A6
or_wiktionary_org
89
ଶବ୍ଦାର୍ଥ: କଣି — ଉଚ୍ଚାରଣ: Kaṇi কণা कनकी ଦେ. ବି. ସଂ. କଣ; କଣିକ — ୧: ଶସ୍ୟାଦିର କ୍ଷୁଦ୍ରାଂଶ — ୧. Particles of grain. ଯଥା—ମୁଗ କଣି; ଖୁଦ କଣି ଦ୍ର—ଚାଉଳ ମୁଗ ପ୍ରଭୃତି ଶସ୍ୟାଦି ଖାଦ୍ୟ ପାଇଁ କୁଟିବା ବା ରଗଡ଼ିଲା ବେଳେ ବୀଜକୋଷ ସବୁ ଭାଙ୍ଗି ଯାଇ କ୍ଷୁଦ୍ର ଶସ୍ୟ ଖଣ୍ଡମାନ ରହି ଯାଏ ପ୍ରାୟଶଃ ତାହାକୁହିଁ କଣି କୁହାଯାଏ ୨: ବାଉଁଶର କ୍ଷୁଦ୍ର ପ୍ରଶାଖା —୨. A shoot or twig...
କଣି
https://or.wiktionary.org/wiki/%E0%AC%95%E0%AC%A3%E0%AC%BF
or_wiktionary_org
72
ଶବ୍ଦାର୍ଥ: କଣୁଆଭଣୁଆ — ଉଚ୍ଚାରଣ: Kaṇuābhaṇuā ଦେ. ବି. ସଂ. କୋଣ+ବନ — ପଡ଼ିଆ ବା ଅନାବାଦୀ ଜମି —Fallow land; waste land. ଯଥା—ଅନଙ୍ଗଭୀମଦେବଙ୍କ ଅମଳରେ ରାଜ୍ୟର ମୋଟ ଜମିର ପରିମାଣ ୬୨: ଲକ୍ଷ ୨୮: ହଜାର ବାଟି ଥିଲା ଏଥିରୁ କଣୁଆଭଣୁଆ, ନଦୀ, ପର୍ବତ ପ୍ରଭୃତି ୧୪: ଲକ୍ଷ ୮: ହଜାର ବାଟି ଯାଇ ଅବଶିଷ୍ଟ ୪୭: ଲକ୍ଷ ୪୮: ହଜାର ବାଟିରୁ ରାଜସ୍ବ ଆଦାୟ ହେଉଥିଲା— ମାଦଳାପାଞ୍ଜି
କଣୁଆଭଣୁଆ
https://or.wiktionary.org/wiki/%E0%AC%95%E0%AC%A3%E0%AD%81%E0%AC%86%E0%AC%AD%E0%AC%A3%E0%AD%81%E0%AC%86
or_wiktionary_org
51
ଶବ୍ଦାର୍ଥ: କଣ୍ଟକ — ଉଚ୍ଚାରଣ: Kaṇṭaka ସଂ. ବି. କଣ୍ଟ ଧାତୁ=ଗମନ କରିବା+କର୍ତ୍ତୃ. ଅକ; ୟାହା ଅନ୍ୟ ବସ୍ତୁ ମଧ୍ୟରେ ପଶିଯାଏ — ୧: ଗଛର କଣ୍ଟା — ୧. Thorn; prickle. ୨: ସୂଚ୍ୟଗ୍ର; ମୁନ — ୨. The point of anything. ୩: କ୍ଷୁଦ୍ର ଶତ୍ରୁ —୩. Source of vexation; petty perturbing enemy. ୪: ରୋମହର୍ଷଣ; ରୋମ ଟାଙ୍କୁରିବା — ୪. Horripilation. ୫: ଜ୍ୟୋତିଷର କର୍ମସ୍ଥା...
କଣ୍ଟକ
https://or.wiktionary.org/wiki/%E0%AC%95%E0%AC%A3%E0%AD%8D%E0%AC%9F%E0%AC%95
or_wiktionary_org
137
ଶବ୍ଦାର୍ଥ: କଣ୍ଟ କରିବା — ଉଚ୍ଚାରଣ: Kaṇṭa karibā ଦେ. କ୍ରି. — ୧: କୌଣସି କର୍ୟ୍ୟ ପାଇଁ ଆଗରୁ ସମୟ ନିରୁପଣ ବା ନିର୍ଦ୍ଧାରଣ କରିବା —୧. To fix a time beforehand; to appoint a time. ଦକ୍ଷିଣା ନ ଦେଇ ଯେ କଣ୍ଟ କରୁ ଥାଇ ପୀତାମ୍ବର. ନୃସିଂହପୁରାଣ ୨: ବଧୂକୁ ପିତ୍ରାଳୟରୁ ଆଣିବା ପାଇଁ କନ୍ୟାପକ୍ଷୀୟ ମୁରବୀମାନଙ୍କ ସଙ୍ଗେ ସ୍ବାମୀପକ୍ଷୀୟ ଅଭିଭାବକ ଦିନ ସ୍ଥିର କରିବା — ୨. a ...
କଣ୍ଟ କରିବା
https://or.wiktionary.org/wiki/%E0%AC%95%E0%AC%A3%E0%AD%8D%E0%AC%9F_%E0%AC%95%E0%AC%B0%E0%AC%BF%E0%AC%AC%E0%AC%BE
or_wiktionary_org
76
ଶବ୍ଦାର୍ଥ: କଣ୍ଟକାରିକା — ଉଚ୍ଚାରଣ: Kaṇṭakārikā ସଂ. ପର୍ୟ୍ୟାୟ—କଣ୍ଟାକରିକା, କଣ୍ଟକାରୀ, ଦୁଃସ୍ପର୍ଶା, କ୍ଷୁଦ୍ରା, ବ୍ୟାଘ୍ରୀ, ନିଦିଗ୍ଧିକା, କଣ୍ଟାଳିକା, କଣ୍ଟାକିନୀ, ଧାବନୀ, ବୃହତୀ কটেকার कुराटलि, लघुकटाइ, रेड्ङगनी, भटकटेया ତେ: ରେବଟୀ ମୁଲଙ୍ଗ, ବ୍ରାକୁଡ଼ିଚେଟ୍ଟୁ ତା: ନେଲ୍ଲଗୁଲ୍ଲୁ ମ: ଭୁଇଁ ରିଙ୍ଗଣୀ ସଂ. ବି. କଣ୍ଟକାରି+ସ୍ବାର୍ଥେ. କ+ସ୍ତ୍ରୀ. ଆ — ଅଙ୍କରାନ୍ତି; ...
କଣ୍ଟକାରିକା
https://or.wiktionary.org/wiki/%E0%AC%95%E0%AC%A3%E0%AD%8D%E0%AC%9F%E0%AC%95%E0%AC%BE%E0%AC%B0%E0%AC%BF%E0%AC%95%E0%AC%BE
or_wiktionary_org
81
ଶବ୍ଦାର୍ଥ: କଣ୍ଟା — ଉଚ୍ଚାରଣ: Kaṇṭā কাঁটা काँटा; काँटो ଦେ. ବି. ସଂ. କଣ୍ଟକ — ୧: ବୃକ୍ଷର ସୂଚ୍ୟଗ୍ର କଣ୍ଟକ — ୧. Thorn. ୨: ତୀକ୍ଷ୍ଣାଗ୍ର ଲୌହକୀଳ —୨. Iron-nail. ୩: ମାଛର ଅସ୍ଥି —୩. Fish-bone. ୪: ଅସ୍ଥି କଙ୍କାଳ —୪. Skeleton. ଯଥା—ଚିନ୍ତା କରି କରି ତାର କଣ୍ଟା ରହିଲାଣି ୫: ବହୁ ପରିମାଣବିଶିଷ୍ଟ ଶସ୍ୟାଦି ଓଜନ କରିବା ପାଇଁ ବ୍ୟବହୃତ ବଡ ତୁଳାଦଣ୍ଡ —୫. Big scales...
କଣ୍ଟା
https://or.wiktionary.org/wiki/%E0%AC%95%E0%AC%A3%E0%AD%8D%E0%AC%9F%E0%AC%BE
or_wiktionary_org
219
ଶବ୍ଦାର୍ଥ: କଣ୍ଟାକୁସୁମ — ଉଚ୍ଚାରଣ: Kaṇṭākusuma ସଂ. ପର୍ୟାୟ—କଟୁପର୍ଣ୍ଣୀ, ସ୍ବର୍ଣ୍ଣକ୍ଷୀରୀ; ହୈମବତୀ; ହେମକ୍ଷୀରୀ, ହୀମାବତୀ, ହେମା, ହେମାହ୍ବା, ପୀତଦୁଗ୍ଧା, କ୍ଷୀରୀଣୀ শিআল, শিআকাঁটা, শিআলকাঁটা, ষ্বর্নক্ষীরী शतगनाशी, कटेरी, भरेबन्दपिसोला ମ. କାଲ୍ଟେଧୋତ୍ରା ତା. ବ୍ରହ୍ମଦଣ୍ଡୁବିରଇ ତେ. ଚିକ୍କଣିକେୟ ଗ. ଦାରୁଡ଼ି ଦେ. ବି. ସଂ କଣ୍ଟକ+ କୁସୁମ= ୧: ବବୁର ଗଛ ଦେଖ ୧...
କଣ୍ଟାକୁସୁମ
https://or.wiktionary.org/wiki/%E0%AC%95%E0%AC%A3%E0%AD%8D%E0%AC%9F%E0%AC%BE%E0%AC%95%E0%AD%81%E0%AC%B8%E0%AD%81%E0%AC%AE
or_wiktionary_org
122
ଶବ୍ଦାର୍ଥ: କଣ୍ଟାପଲାଶ — ଉଚ୍ଚାରଣ: Kaṇṭāpaḻāṡa পোড়া, রয়না, গোলগোল कुम्भी, गल्गल्, गाङ्गाल् ତେ. ଗୁଙ୍ଗା, କୋଙ୍ଗ, ଗୋଣ୍ଡୁଗୋଗୁ ତା, ଟାଙ୍ଗୁ, କୋଙ୍ଗିଲାମ୍ ସଂ. ପର୍ୟ୍ୟାୟ—ରୋହିତକ; ପ୍ଲୀହଶତ୍ରୁ; ସଦାପ୍ରସୂନ ଦେ. ବି. ସଂ. କଣ୍ଟକ+ପଲାଶ — ଏକପ୍ରକାର ବନ୍ୟ— ଗୁଳ୍ମ —Cochlospermum Gossypum Haines; Bombax Gossypium Kirtikar ଦ୍ର—ଏହା ଉତ୍ତର— ପଶ୍ଚିମ ପ୍ରଦେଶ ଓ ...
କଣ୍ଟାପଲାଶ
https://or.wiktionary.org/wiki/%E0%AC%95%E0%AC%A3%E0%AD%8D%E0%AC%9F%E0%AC%BE%E0%AC%AA%E0%AC%B2%E0%AC%BE%E0%AC%B6
or_wiktionary_org
84
ଶବ୍ଦାର୍ଥ: କଣ୍ଟାବାଉଁଶ — ଉଚ୍ଚାରଣ: Kaṇṭābāuñṡa বেউভবাঁশ; কাঁটাবাঁশ कँटबाँस ଦେ. ବି.—ସଂ. କଣ୍ଟକ+ବଂଶ — କଣ୍ଟକଯୁକ୍ତ ଏକ ପ୍ରକାର ବାଉଁଶ — Thorny bamboo; Bambusa Arundinacea. ଦ୍ର—ପୂର୍ବକାଳରେ ରାଜାମାନେ ଗଡ଼ର ଚାରିପାଖରେ କଣ୍ଟା— ବାଉଁଶର ବଣ କରୁଥିଲେ; କଣ୍ଟା ଯୋଗୁଁ ଏ ବାଉଁଶର ବୁଦା ଦୁର୍ଭେଦ୍ୟ; ଏ ବାଉଁଶ ମଧ୍ୟ ବଙ୍କାଢଙ୍କା; ୪୫: ବର୍ଷରେ ଏ ଗଛ ଫୁଲ ଧରେ ଓ ଏ ଫୁଲର...
କଣ୍ଟାବାଉଁଶ
https://or.wiktionary.org/wiki/%E0%AC%95%E0%AC%A3%E0%AD%8D%E0%AC%9F%E0%AC%BE%E0%AC%AC%E0%AC%BE%E0%AC%89%E0%AC%81%E0%AC%B6
or_wiktionary_org
106
ଶବ୍ଦାର୍ଥ: କଣ୍ଟିଆ — ଉଚ୍ଚାରଣ: Kaṇṭiā ଦେ. ବି. ସଂ ତ୍ରିକଣ୍ଟକ — ଗାଲ ନିକଟରେ ଓ ବେକ ଉପରେ ମୁନିଁଆ କଣ୍ଟାଥିବା ଏକଜାତୀୟ କ୍ଷୁଦ୍ର ମାଛ; ଶିଘିଂ ମାଛ — টেসারা टेङ्गर ତେ. ଶୋଙ୍ଗାଳ A small fish with needle-like spikes near the gills and on the neck; Macrones Vittatus. ଦ୍ର—ଏ ଅକାତିଆ ଛୋଟ ମାଛ ୯୧: ଆଙ୍ଗୁଳ ଲମ୍ବ ହୁଏ; ଏହା ଦେହରେ ୫: ଟା ଲମ୍ବ ଡୋରିଆ ଦାଗ ଥାଏ...
କଣ୍ଟିଆ
https://or.wiktionary.org/wiki/%E0%AC%95%E0%AC%A3%E0%AD%8D%E0%AC%9F%E0%AC%BF%E0%AC%86
or_wiktionary_org
107
ଶବ୍ଦାର୍ଥ: କଣ୍ଟିବା — ଉଚ୍ଚାରଣ: Kaṇṭibā মাপকরা नापना ଦେ. କ୍ରି. — ୧: ମାପିବା —୧. To measure; to take the dimensions of. ୨: କୈଣସି ଅଳଂକାର, ୟୋତା ବା କୁର୍ତ୍ତା ଦେହକୁ ଠିକ୍ରୂପେ ହେଉଛି କି ନାହିଁ ଏହା ଦେଖିବା —୨. To put on a coat or ornament etc to see if it fits the body. ୩: ଝାଳ ବହିବାର ଉପକ୍ରମ ହେବା —୩. To tend to sweaten; to begin to per...
କଣ୍ଟିବା
https://or.wiktionary.org/wiki/%E0%AC%95%E0%AC%A3%E0%AD%8D%E0%AC%9F%E0%AC%BF%E0%AC%AC%E0%AC%BE
or_wiktionary_org
111
ଶବ୍ଦାର୍ଥ: କଠହଣା — ଉଚ୍ଚାରଣ: Kāṭhahanā কাঠঠোকরা काठफेबा हुद्हुद् ଦେ. ବି — ୧: ଏକପ୍ରକାର ପକ୍ଷୀ — Wood peker bird; Micropternus Phoeoceps; Nuthatches. ଦ୍ର—ଏ ଚଢ଼େଇ ଗଛର ଗଣ୍ଡିରେ ମାକଡ଼ଭଳି ଗୋଡ଼ଦ୍ବାରା ଚଢ଼ି ବକଳକୁ ଲମ୍ବ ମୁନିଆ ଥଣ୍ଟଦ୍ବାରା ଛଡ଼ାଁଇ ତାହା ମଧ୍ୟରେ ଥିବା ପୋକକୁ ଖାଏ ଏହା ମୁଣ୍ଡରେ ଚୂଳ ଅଛି ଏ ଦୁଇ ପ୍ରକାର; ଏକା ଜାତି ଦେଖିବାକୁ ଛଉକା ଓ ଅନ୍ୟ ...
କଠହଣା
https://or.wiktionary.org/wiki/%E0%AC%95%E0%AC%A0%E0%AC%B9%E0%AC%A3%E0%AC%BE
or_wiktionary_org
77
ଗଳ୍ପ; କାହାଣୀ; ଉପାଖ୍ୟାନ—1. A feigned story; a tale; fable; folk-tale. କଥାବାର୍ତ୍ତା; ବାକ୍ୟାଳାପ— 2. Conversation; talk.ଯଥା—ସାନ ମୁହଁରେ ବଡ଼ କଥା ସହି ହୁଏ ନାହିଁ ଉକ୍ତି—3. Speech. ସମ୍ବାଦ; ବାର୍ତ୍ତା; ସମାଚାର— 4. Information; news; message. ଉଚ୍ଚାରଣ—5. Utterance. ନିର୍ଭର ଜବାବ୍—6. Solemn promise; word. ଭାଷା—7. Language; words. ତଥ୍ୟ—8. T...
କଥା
https://or.wiktionary.org/wiki/%E0%AC%95%E0%AC%A5%E0%AC%BE
or_wiktionary_org
175
ଶବ୍ଦାର୍ଥ: କଣ୍ଟୀ — ଉଚ୍ଚାରଣ: Kaṇṭī টিয়ারী; টেরী ସଂ. ବିଣ. କଣ୍ଟ+ଇନ୍; ୧: ମା. ୧: ବ — କଣ୍ଟକଯୁକ୍ତ — Thorny M.W. ସଂ. ବି — ୧: କୃଷ୍ଣଚୂଡ଼ାଦିବର୍ଗର ଅଳ୍ପ କଣ୍ଟକମୟ ବୃହତ୍ ବନ୍ୟ କ୍ଷୂପବିଶେଷ — ୧. A wild thorny plant; Cæsalpina Dignya. ଦ୍ର—ଏଥିର ପତ୍ରରେ ୫ ଠାରୁ ୯ ଯୋଡ଼ା ପର୍ଯ୍ୟନ୍ତ ପର୍ଣ୍ଣ ଥାଏ ଫୁଲ ହଳଦିଆ, ଗୋଲ ଏବଂ କେଶରମୟ; ଏହା ବର୍ଷାଦିନେ ଫୁଟେ; ଏଥିର ଛୁ...
କଣ୍ଟୀ
https://or.wiktionary.org/wiki/%E0%AC%95%E0%AC%A3%E0%AD%8D%E0%AC%9F%E0%AD%80
or_wiktionary_org
109
ଶବ୍ଦାର୍ଥ: କଣ୍ଟେଇକୋଳି — ଉଚ୍ଚାରଣ: Kaṇṭeikoḻi কেলেকড়া; কাঁটাগুড়কামাই हिन्स ତେ. ନଲ୍ଲଉପି ସଂ. ପର୍ୟ୍ୟାୟ:— କାକାଦନୀ, ହିଂସ୍ରା, କଣ୍ଟକପାଳୀ, ଗୃଧ୍ରନଖୀ, କାଳା, ତୁଣ୍ଡୀ ଦେ. ବି ସଂ. କଣ୍ଟକଳୀ — କଣ୍ଟକଯୁକ୍ତ ବନ୍ୟ କ୍ଷୁପବିଶେଷ — The prickly Nightshade; Cæsalpina Separia. ଦ୍ର—ଏହାର କୋଳି ସାମାନ୍ୟ ଖଟା; ପତ୍ର ବରକୋଳି ପତ୍ର ପରି ଏହା କଟୁତିକ୍ତ ରସ, ଉଷ୍ଣବୀର୍ୟ...
କଣ୍ଟେଇକୋଳି
https://or.wiktionary.org/wiki/%E0%AC%95%E0%AC%A3%E0%AD%8D%E0%AC%9F%E0%AD%87%E0%AC%87%E0%AC%95%E0%AD%8B%E0%AC%B3%E0%AC%BF
or_wiktionary_org
57
ଶବ୍ଦାର୍ଥ: କଣ୍ଠ — ଉଚ୍ଚାରଣ: Kaṇṭha ସଂ. ବି. କଣ୍ ଧାତୁ=ଶବ୍ଦ କରିବା+କର୍ତ୍ତ. ଠ — ୧: ଗଳଦେଶ; ଗଳା —୧. Neck; throat. ନୀଳବାଣ ଅଧ୍ୟାନ କରସି କଣ୍ଠତଟେ—ସାରଳା ମହାଭାରତ ୨: କଣ୍ଠଧ୍ଵନି; ଗଳାର ସ୍ବର —୨. Tone; voice. ୩: ନିକଟ —୩. Proximity; nearness. ୪: ଅଧିକ ବୟସ୍କ ଶୁଆର ଗଳାର ଚାରିପାଖେ ବୁଲିଥିବା ଇନ୍ଦ୍ରଧନୁ ବର୍ଣ୍ଣର ରେଖା — ୪. The rainbow-coloured line roun...
କଣ୍ଠ
https://or.wiktionary.org/wiki/%E0%AC%95%E0%AC%A3%E0%AD%8D%E0%AC%A0
or_wiktionary_org
89
ଶବ୍ଦାର୍ଥ: କଣ୍ଠା — ଉଚ୍ଚାରଣ: Kaṇṭhā कंठा गान्ठा; भड़री कांठा; कंठा कंठा ସଂ. ବି. ସ୍ତ୍ରୀ. କଣ ଧାତୁ=ଶବ୍ଦ କରିବା+କରଣ. ଠ+ ସ୍ତ୍ରୀ. ଆ — ଗଳଦେଶ; ଗଳା; ତଣ୍ଟି —Throat. ଦେ. ବି. ସଂ. କଣ୍ଠ — ୧: କଣ୍ଠାଭରଣବିଶେଷ; ବେକର ହାର —୧. A kind of necklace with large beads. ୨: ଭିତରେ ମଲା ଚାଉଳ ଥିବା ରଦି ଧାନ; ମଲା ଧାନ; ଭିତରେ ପ୍ରାୟ ଶସ୍ୟ ନ ଥିବା ଧାନ — ୨. Grainle...
କଣ୍ଠା
https://or.wiktionary.org/wiki/%E0%AC%95%E0%AC%A3%E0%AD%8D%E0%AC%A0%E0%AC%BE
or_wiktionary_org
105
ଶବ୍ଦାର୍ଥ: କଣ୍ଠିଛିଣ୍ଡା — ଉଚ୍ଚାରଣ: Kaṇṭhichhiṇḍā ଦେ. ବିଣ — ୧: ଯେଉଁ ବ୍ୟକ୍ତିର ବୈଷ୍ଣବଧର୍ମ ଓ ଜାତିର ଚିହ୍ନ— ସ୍ବରୂପ ପିନ୍ଧିଥିବା କଣ୍ଠି ଛିଣ୍ଡାଇ ପକାଇ ଥାଏ, ଅର୍ଥାତ୍ ଯେ ଜାତି ସ୍ବୀକାର କରେ ନାହିଁ; ଅନ୍ୟ ଧର୍ମ ଗ୍ରହଣ କରିବା ହିନ୍ଦୁ — ୧. One who snaps asunder his Kaṇṭhi Sign of his being a B&aline;i̱shṇaba or Hindu and of B&aline;i̱shṇabism or H...
କଣ୍ଠିଛିଣ୍ଡା
https://or.wiktionary.org/wiki/%E0%AC%95%E0%AC%A3%E0%AD%8D%E0%AC%A0%E0%AC%BF%E0%AC%9B%E0%AC%BF%E0%AC%A3%E0%AD%8D%E0%AC%A1%E0%AC%BE
or_wiktionary_org
78
ଶବ୍ଦାର୍ଥ: କଣ୍ଠୀ — ଉଚ୍ଚାରଣ: Kaṇṭhī ସଂ. ବି. କଣ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଠ+ସ୍ତ୍ରୀ. ଈ — ୧: ଏକସରିଆ କଣ୍ଠାଭରଣ — ୧. One-stringed beaded necklace. ୨: ଅଶ୍ବକଣ୍ଠବେଷ୍ଟନ ଚର୍ମାଦିନିର୍ମିତ ରଜ୍ଜୁ — ୨. The halter put round the neck of a horse. ୩: କଣ୍ଠଦେଶ; ଗଳଦେଶ; ଗଳା —୩. Neck. ୪: ବୈଷ୍ଣବମାନଙ୍କ କଣ୍ଠସ୍ଥ ତୁଳସୀକାଠର ମାଳା — ୪. String of beads of...
କଣ୍ଠୀ
https://or.wiktionary.org/wiki/%E0%AC%95%E0%AC%A3%E0%AD%8D%E0%AC%A0%E0%AD%80
or_wiktionary_org
75
ଶବ୍ଦାର୍ଥ: କଣ୍ଠ୍ୟ — ଉଚ୍ଚାରଣ: Kaṇṭhya ସଂ. ବିଣ. କଣ୍ଠ+ୟ — ୧: କଣ୍ଠସମ୍ବନ୍ଧୀୟ —୧. Relating to the throat. ୨: କଣ୍ଠରୁ ଉତ୍ପନ୍ନ —୨. Produced from the throat. ୩: କଣ୍ଠବାଟେ ଉଚ୍ଚାରିତ ବର୍ଣ୍ଣ ବା ଧ୍ଵନି — ୩. Guttural; letter or sound uttered through the throat. ୪: ଗଳା ବା ସ୍ବର ପାଇଁ ଉପକାରୀ ଯଥା—ଔଷଧ — ୪. Beneficial for the larynx e.g. medici...
କଣ୍ଠ୍ୟ
https://or.wiktionary.org/wiki/%E0%AC%95%E0%AC%A3%E0%AD%8D%E0%AC%A0%E0%AD%8D%E0%AD%9F
or_wiktionary_org
93
ଶବ୍ଦାର୍ଥ: କଣ୍ଡରା — ଉଚ୍ଚାରଣ: Kaṇḍarā କଣ୍ଡରାଣୀ, କଣ୍ଡୁରୁଣୀସ୍ତ୍ରୀ ସଂ. ବି. କଣ୍ଡ୍ ଧାତୁ=ରକ୍ଷା କରିବା+କର୍ତ୍ତୃ. ଅର+ଆ; ୟାହା ଦେହକୁ ରକ୍ଷା କରେ — ବୈଦୀକ ଶରୀରମଧ୍ୟସ୍ଥ ବଡ଼ ନାଡ଼ୀ —Big veins of the body. ଦ୍ର—ସୁଶ୍ରୂତରେ ୧୬:ଟି କଣ୍ଡରା ଶରୀରରେ ଥିବାର ଲେଖା ଅଛି ଏହି ନାଡ଼ୀମାନଙ୍କ ଦ୍ବାରା ଅବୟବମାନଙ୍କୁ ପ୍ରସାରିତ ଓ ସଙ୍କୁଚିତ କରାଯାଏ—ହି. ଶବ୍ଦସାଗର ଦେ. ବି. ପୁଂ —...
କଣ୍ଡରା
https://or.wiktionary.org/wiki/%E0%AC%95%E0%AC%A3%E0%AD%8D%E0%AC%A1%E0%AC%B0%E0%AC%BE
or_wiktionary_org
77
ଶବ୍ଦାର୍ଥ: କଣ୍ଡା — ଉଚ୍ଚାରଣ: Kaṇḍā কাঁড়া पछीरना মাকু कंडाल, डरकी ଦେ. ବି. ସଂ. କଣ୍ଡନ — ୧: କଣ୍ଡନ ଦେଖ — ୧. Kaṇḍana See ୨: ଲୁଗାକୁ ତନ୍ତରେ ବୁଣିବା ପାଇଁ ଭରଣୀ ସୁତା ଗୁଡ଼ିଆ ହୋଇଥିବା କାଠି ୟାହାକୁ ଟାଣୀସୁତାର ଫାଙ୍କରେ ଫିଙ୍ଗନ୍ତି —୨. Weaving shuttle. ପ୍ରାଦେ. ଗଡ଼ଜାତ—ବି. — କନ୍ଧମାନଙ୍କ କଥିତ ଭାଷା — The language spoken by the Kandhas in Orissa an...
କଣ୍ଡା
https://or.wiktionary.org/wiki/%E0%AC%95%E0%AC%A3%E0%AD%8D%E0%AC%A1%E0%AC%BE
or_wiktionary_org
107
ଶବ୍ଦାର୍ଥ: କଣ୍ଡୁ — ଉଚ୍ଚାରଣ: Kaṇḍu ସଂ. ବି. କଣ୍ଡୁ ଧାତୁ+ଭାବ. ଉ — ୧: ନାମ ମୁନିବିଶେଷ — ୧. A sage. ୨: ଖୁଜୁଲି; କୁଣ୍ଡିଆ; କାଛୁ —୨. Itches. ୩: କୁଣ୍ଡେଇ ହେବା; ଗଲୁ —୩. Itching sensation. ୪: ଅଙ୍ଗବିଶେଷର ଗଲୁ; ଅଙ୍ଗ ଗଲଗଲ ହେବା — ୪. Tingling sensation of any limb. ୫: ଲକ୍ଷଣାର୍ଥ କୌଣସି କାର୍ଯ୍ୟ କରିବା ନିମନ୍ତେ ଲାଳସା; ମନ ଖଜବଜ ହେବା; ମନକାଣ୍ଡୁ —୫. In...
କଣ୍ଡୁ
https://or.wiktionary.org/wiki/%E0%AC%95%E0%AC%A3%E0%AD%8D%E0%AC%A1%E0%AD%81
or_wiktionary_org
79
ଶବ୍ଦାର୍ଥ: କଣ୍ଡ଼ୋଳ — ଉଚ୍ଚାରଣ: Kaṇ/?/ḻa ସଂ. ବି. କଣ୍ଡ଼ ଧାତୁ=ସାଇତିବା+ସଜ୍ଞାର୍ଥେ. ଓଳ; ୟହିଁରେ ଶସ୍ୟାଦି ସାଇତା ଯାଏ — ୧: ଶସ୍ୟାଦି ରଖିବା ପାଇଁ ବାଉଁଶ ବା ବେତନିର୍ମିତ ଡ଼ୋଲି; କୋଡ଼ମେଇ —୧. A big basket for storing grains. ୨: +କର୍ତ୍ତୃ. ଓଳ—ଓଟ; ଉଷ୍ଟ୍ର —୨. Camel. ୩: ଚଣ୍ଡ଼ାଳର ବୀଣା ୟୋଗୀ ଓ ବାଉରିବୈଷ୍ଣବମାନଙ୍କର ବ୍ୟବହାର କରିବା ବୀଣା; କେନ୍ଦରା — ୩. Begga...
କଣ୍ଡୋଳ
https://or.wiktionary.org/wiki/%E0%AC%95%E0%AC%A3%E0%AD%8D%E0%AC%A1%E0%AD%8B%E0%AC%B3
or_wiktionary_org
51
ଶବ୍ଦାର୍ଥ: କତକଲ — ଉଚ୍ଚାରଣ: Katakala গিলা कञ्छा ଦେ. ବି — ଏକ ପ୍ରକାର ବଡ଼ ଗିଲ — A species of Memosa Scandens. ଦ୍ର—ଏହି ଗିଲ ସମୁଦ୍ରରେ ଭାସି ଆସି କୂଳରେ ଲାଗେ ଲୋକେ ଏହାକୁ ଆଣି ମାଟିରେ ଲିପା ହୋଇଥିବା ସ୍ଥାନକୁ ମସଣ କରନ୍ତି ଓ ଏହାକୁ ଧରି ସରୁଲୁଗା ଉପରେ କୌଶଳପୂର୍ବକ ଚଳାଇଲେ ଲୁଗାର ଧଡି ଓ ଦେହ ଅତି ସୁନ୍ଦରରୂରେ କୁଞ୍ଚି ହୋଇଯାଏ ଏହିପରି କୁଞ୍ଚା ହୋଇଥିବା ଲୁଗାକୁ ଗିଲ...
କତକଲ
https://or.wiktionary.org/wiki/%E0%AC%95%E0%AC%A4%E0%AC%95%E0%AC%B2
or_wiktionary_org
75
ଶବ୍ଦାର୍ଥ: କତି — ଉଚ୍ଚାରଣ: Kati ସଂ. ସର୍ବନାମ ଓ ବିଣ କିମ୍+ ପରିମାଣାର୍ଥେ. ଅତି — ୧: କେତେ ଜଣ —୧. How many? ୨: କେତେ ପରିଣାମ —୨. How much? ୩: କେତେ —୩. What much? ୪: କେତେକ —୪. Some. পাশ नजदीग ଦେ. ବି. — ୧: ପାର୍ଶ୍ବ; ପାଖ — ୧. Side. ଏକମାତ୍ର ଚିତ୍ରରେଖା କତିରେ ଥାଇ ଶିଶୁଶଙ୍କର ଉଷାଅଭିଳାଷ ୨: ନୈକଟ୍ୟ —୨. Proximity; vicinity. କାହାକୁ ଭେଟିବି ମୁହିଁ ୟ...
କତି
https://or.wiktionary.org/wiki/%E0%AC%95%E0%AC%A4%E0%AC%BF
or_wiktionary_org
123
ଶବ୍ଦାର୍ଥ: କତୁରୀ — ଉଚ୍ଚାରଣ: Katurī ଦେ. ବି. ସଂ. କର୍ତ୍ତରୀ; ତୁଳ—ପ୍ରା. କଟ୍ଟରୀ — ୧: କର୍ତ୍ତନସାଧାନ ଯନ୍ତ୍ରବିଶେଷ, କଇଁଚ — ୧. Scissors. ସେ ବଡ଼ ଚତୁରୀ , ଭଲା ତା ଚାତୁରୀ ସହଜେ ଦମ୍ଭକୁ ଭ଼ଞ୍ଜ ପ୍ରେମସୁଧାନିଧି ୨: ଏକ ପ୍ରକାର ବାଣ —୨. A kind of arrows. କତୁରୀ ନାରାଚ ଯେ ପେଷିଗ ଅଭିମନ୍ୟୁ ଏକାଶରକେ ଛେଦିଲା ସମସ୍ତଙ୍କ ଧନୁ—ସାରଳା. ମହାଭାରତ ୩: ବଣିଆ ଶଦ୍ଦ ସଧବାର ହାତର...
କତୁରୀ
https://or.wiktionary.org/wiki/%E0%AC%95%E0%AC%A4%E0%AD%81%E0%AC%B0%E0%AD%80
or_wiktionary_org
92
ଶବ୍ଦାର୍ଥ: କତ୍ତାସମ୍ବତ୍ସର — ଉଚ୍ଚାରଣ: Kattāsambatsara ପ୍ରାଦେ. ଗଞ୍ଜାମ ବି. ତୁଳ. ତେ. କତ୍ତାସାଂବତ୍ସାରଂ — ୚ଞ୍ଜାମ ଓଡ଼ିଆଙ୍କର ମାର୍ଚ୍ଚ ମାସ ଶେଷ ସପ୍ତାହରେ ପଡ଼ିବା ଏକ ଉତ୍ସବ —A festival observed by the Oriyas of Ganjam in the last week of March. ଦ୍ର—ଏ ଦିନ ଲୋକେ ପିଠା ପଣା କରି ଖାଆନ୍ତି ଏବଂ ବନ୍ଧୁ— ବାନ୍ଧବମାନଙ୍କୁ ନିମନ୍ତ୍ରଣ କରି ନୂତନ ବସ୍ତ୍ର ପିନ୍ଧ...
କତ୍ତାସମ୍ବତ୍ସର
https://or.wiktionary.org/wiki/%E0%AC%95%E0%AC%A4%E0%AD%8D%E0%AC%A4%E0%AC%BE%E0%AC%B8%E0%AC%AE%E0%AD%8D%E0%AC%AC%E0%AC%A4%E0%AD%8D%E0%AC%B8%E0%AC%B0
or_wiktionary_org
56
ଶବ୍ଦାର୍ଥ: କତ୍ତୃଣ — ଉଚ୍ଚାରଣ: Kattṛuṇa ସଂ. ପର୍ୟ୍ୟାୟ—ରୌହିଷ, ଦେବଗ୍ଧଜ, ସୌଗନ୍ଧିକ, ଭୂତିକ, ପୌର, ଶ୍ୟାମକ, ଧୂମଗନ୍ଧିକ রামঁকর্পুর रोहिस् साधिआँ, गन्धेज्घास , अगिआघास् ତେ. କାମଂଚିଗଡ୍ଡି, ତୁରୀକୁର ମ. ରୋହିଷ ଫା. ଖବାଲମାମୁନ୍ ଆ. ଅଜମ୍ବର ସଂ. ବି. କୁ+ତୃଣ; କୁ ସ୍ଥାନରେ କତ୍ ଆଦେଶ — ଧନିତ୍ରୀ; ରାମକପୁରା; ସୁଗନ୍ଧ ତୃଣବିଶେଷ — A kind of scented grass; Ansropo...
କତ୍ତୃଣ
https://or.wiktionary.org/wiki/%E0%AC%95%E0%AC%A4%E0%AD%8D%E0%AC%A4%E0%AD%83%E0%AC%A3
or_wiktionary_org
83
ଶବ୍ଦାର୍ଥ: କଥାକୁ କଥା — ଉଚ୍ଚାରଣ: Kathāku kathā ଦେ. ବି. — ୧: କୌଣସି ବ୍ୟକ୍ତିର ପ୍ରତ୍ଯେକ କଥାରେ ଦିଆୟିବା ଉତ୍ତର —୧. Word to word; reply to every question. ୨: କଥା ପ୍ରସଙ୍ଗ; କଥୋପକଥନ — ୨. Conversation; course of talk. ଯଥା—କଥାକୁ କଥାଏ କହିଦେଲି ସିନା; କିନ୍ତୁ ଏକଥା ମୋ ମନେ ନ ଥିଲା ୩: ଉପଯୁକ୍ତ ଘଟନା ଉପଲକ୍ଷରେ କରାୟିବା କାର୍ଯ୍ୟ — ୩. Act done on pro...
କଥାକୁ କଥା
https://or.wiktionary.org/wiki/%E0%AC%95%E0%AC%A5%E0%AC%BE%E0%AC%95%E0%AD%81_%E0%AC%95%E0%AC%A5%E0%AC%BE
or_wiktionary_org
69
ଶବ୍ଦାର୍ଥ: କଥା ରହିବା — ଉଚ୍ଚାରଣ: Kathā rahibā কথাথেকে ষাওয়া; কথা থাকা बात रहना ଦେ. ବି — ୧: କୌଣସି ବ୍ୟକ୍ତିର ଉପଦେଶ ବା ଅନୁରୋଧ ପାଳିତ ହେବା —୧. One's advice or directions being followed. ୨: ଭବିଷ୍ୟତକୁ ସୁନାମ ବା ଦର୍ନାମ ରହିବା — ୨. Notoriety or good name being published. ଯଥା—କଥା ରହିଗଲା କାଳକାଳକୁ ୩: ଭବିଷ୍ୟତକୁ ୟଶ ରହିବା; ଚିରକାଳକୁ କୀର୍ତ...
କଥା ରହିବା
https://or.wiktionary.org/wiki/%E0%AC%95%E0%AC%A5%E0%AC%BE_%E0%AC%B0%E0%AC%B9%E0%AC%BF%E0%AC%AC%E0%AC%BE
or_wiktionary_org
87
ଶବ୍ଦାର୍ଥ: କଥାସରିତସାଗର — ଉଚ୍ଚାରଣ: Kathāsarits&/?/gara ସଂ. ବି ନାମ — ସଂସ୍କୃତ ଗ୍ରନ୍ଥବିଶେଷ; କାଶ୍ମୀ— ରାଧିପତି ଶ୍ରୀହର୍ଷଙ୍କ ଅନୁରୋଧ ଅନୁସାରେ ତାଙ୍କ ମହିଷୀଙ୍କ ଚିତ୍ତବିନୋଦନାର୍ଥ ସୋମଦେବ ଭଟ୍ଟ କବିଙ୍କଦ୍ବାରା ରଚିତ ସଂସ୍କୃତି ଗଳ୍ପ ବା ଉପାଖ୍ୟାନ ପୁସ୍ତକ — The title of a work of fiction or stories composed by Somadeba Bhaṭṭa at the instance of Ṡrīha...
କଥାସରିତସାଗର
https://or.wiktionary.org/wiki/%E0%AC%95%E0%AC%A5%E0%AC%BE%E0%AC%B8%E0%AC%B0%E0%AC%BF%E0%AC%A4%E0%AC%B8%E0%AC%BE%E0%AC%97%E0%AC%B0
or_wiktionary_org
67
ଶବ୍ଦାର୍ଥ: କଥା ହେବା — ଉଚ୍ଚାରଣ: Kathā hebā কথা হওয়া बातचितहोना ଦେ. କ୍ରି — ୧: ପରସ୍ପର ମଧ୍ୟରେ ଶେଷ ଜବାବ କରିବା; ପରସ୍ପର ମଧ୍ୟରେ ଚୁକ୍ତି ହେବା — ୧. To enter into a contact or pact or understanding. ଯେଉଁ ଦ୍ବିଜଟି ପୂର୍ବେ ଥିଲେ କଥା ହୋଇ, ସେ ସମୟରେ ମୋତେ ଦେଖାଦେଲେ ଯାଇ—କୃଷ୍ଣସିଂହ. ମହାଭାରତ. ବନ ୨: କଥାବାର୍ତା ହେବା — ୨. To talk; to converse. ବୁଡ଼...
କଥା ହେବା
https://or.wiktionary.org/wiki/%E0%AC%95%E0%AC%A5%E0%AC%BE_%E0%AC%B9%E0%AD%87%E0%AC%AC%E0%AC%BE
or_wiktionary_org
91
ଶବ୍ଦାର୍ଥ: କଥୋଦ୍ଘାତ — ଉଚ୍ଚାରଣ: Kathodghāta ସଂ. ବି. କଥା+ଉଦ୍ଘାତ — ନାଟକର ପ୍ରସ୍ତାବନା ବିଶେଷ —A kind of prologue. ଦ୍ର—ଯେଉଁ ସ୍ଥାନରେ ସୁତ୍ରଧାରରେ କଥା ଶୁଣି ଅଥବା ତଦୁକ୍ତ ବାକ୍ୟରେ ମର୍ମ ଗ୍ରହଣ କରି ପାନ୍ତ୍ର ପ୍ରବିଷ୍ଟ ହୁଏ ସେଠାରେ କଥୋଦ୍— ଘାତ ନାମକ ପ୍ରସ୍ତାବନା ହୁଏ ଯଥା—ପୁନ୍ତ୍ରଧାର—ଜଗଦୀଶ୍ବର ଅନୁକୂଳ ହେଲେ ଦୀପାନ୍ତରରୁ କିମ୍ବା ସାଗର ମଧ୍ୟରୁ ମଧ୍ୟ ଅଭିମତ ବସ୍ତ...
କଥୋଦ୍ଘାତ
https://or.wiktionary.org/wiki/%E0%AC%95%E0%AC%A5%E0%AD%8B%E0%AC%A6%E0%AD%8D%E0%AC%98%E0%AC%BE%E0%AC%A4
or_wiktionary_org
49
ଶବ୍ଦାର୍ଥ: କଦ୍ଜବାବ୍ — ଉଚ୍ଚାରଣ: Kadjabāb শেষ জবাব कद् जबाब ବୈଦେ. ବି. ଫା. କଚିରିଆ ଭାଷା — ଅଦାଲତରେ ପ୍ରତିବାଦୀ ଦେବା ଜବାବର ଖଣ୍ଡନାର୍ଥ ବାଦୀ ଦେବା ଦ୍ବୀତୀୟ ଜବାବର ରଦ୍ଜବାବର ଉତ୍ତରରେ ପ୍ରତି ବାଦୀ ଦାଖଲ କରିବା ଜବାବ — Second written statement of the defendant to meet the plaintiff's second statement. ଦ୍ର—ପୂର୍ବେ କାଜିମାନଙ୍କ ବିଚାର—ଅଦାଲତରେ ବାଦୀର...
କଦ୍ଜବାବ୍
https://or.wiktionary.org/wiki/%E0%AC%95%E0%AC%A6%E0%AD%8D%E0%AC%9C%E0%AC%AC%E0%AC%BE%E0%AC%AC%E0%AD%8D
or_wiktionary_org
88
ଶବ୍ଦାର୍ଥ: କଦମ୍ — ଉଚ୍ଚାରଣ: Kadam কদম कदम ବୈଦେ. ବି. ଆ. କଦମ୍=ପାଦ — ୧: ଅଶ୍ବର ଗତିବିଶେଷ — ୧. A kind of measured trot of a trained horse. କାହିଁ ଅଶ୍ବାରୋହୀ ଘେନ ଅଶ୍ବବର. କିଦମେ ବୁଲାଇ ଚକ୍ବର ରାଧାନାଥ. ନନ୍ଦକେଶ୍ବରୀ ୨: ପହଣ୍ଡ; ପାଦବିସ୍ତାର; ଚାଲିଲା ବେଳେ ଦୁଇ ଗୋଡ଼ ମଧ୍ୟରେ ଥିବା ଅନ୍ତର —୨. Foot-step; pace. ତନ୍ତିସାଇକୁ ଚାରିଶ କି ଗ୍ରଶ଼ଞ୍ଚ କଦମ ଦୂର ବିଲ...
କଦମ୍
https://or.wiktionary.org/wiki/%E0%AC%95%E0%AC%A6%E0%AC%AE%E0%AD%8D
or_wiktionary_org
94
ଶବ୍ଦାର୍ଥ: କଦମରସୁଲ୍ — ଉଚ୍ଚାରଣ: Kadamarasul কদমরসুল कदमरसुल ବୈଦେ. ବି. ଆ. ରସୁଲ୍=ପରମେଶ୍ବର+କଦିମ= ପଦଚିହ୍ନ— ମହାପୂରୂଷ ମହମ୍ମଦଙ୍କ ପଦଚିହ୍ନ ଯେଉଁଠାରେ ପୂଜିତ ହୁଏ — କଟକରେ ଥିବା ମୂଷଲମାନମାନଙ୍କ ଉପାସନା ମନ୍ଦିର — A Mahomedan temple of workship in the town of Cuttack. ଦ୍ର—ଓଡ଼ିଶାର ସୁବାଦାର ସୁଜାଉଦ୍ଦିନ୍ ହିନ୍ଦୁ—ମୁଷଲମାନଙ୍କର ପରସ୍ପର ବିଦ୍ବେଷଭାବ ଦୂର କର...
କଦମରସୁଲ୍
https://or.wiktionary.org/wiki/%E0%AC%95%E0%AC%A6%E0%AC%AE%E0%AC%B0%E0%AC%B8%E0%AD%81%E0%AC%B2%E0%AD%8D
or_wiktionary_org
60
ଶବ୍ଦାର୍ଥ: କଦମ୍ବ — ଉଚ୍ଚାରଣ: Kadamba ସଂ. ପ୍ରିୟକ; ହଳିପ୍ରିୟ ନିପ; ବୃତ୍ତପୁଷ୍ପ ସଂ. ବି. କଦ୍ ଧାତୁ= ବିସ୍ତୀର୍ଣ୍ଣ ହେବା; ବ୍ୟାକୁଳ ହେବା+ ଅମ୍ବଚ୍, ବା କଦଂ=ବର୍ଷାକାଳକୁ+ବା ଧାତୁ= ବୋଧ କରିବା+ଅ — ୧: ବର୍ଷାକାଳରେ ଫୁଟିବା ଲେମ୍ବୂ ପରି ଏକ ଜାତିୟ ଗୋଳାକାର ଓ ଚତୁର୍ଦ୍ଦିଗରେ, କେଶରବିଶିଷ୍ଟ ଫୁଲ ଓ ତହିଁର ଗଛ — কদম कदम ଗୁ. କଦମ୍ବ ଆ. କଦମ୍ ମ. ରାଜକଦମ୍ବ ତେ. କଡ଼ିମି ତା. କଡ...
କଦମ୍ବ
https://or.wiktionary.org/wiki/%E0%AC%95%E0%AC%A6%E0%AC%AE%E0%AD%8D%E0%AC%AC
or_wiktionary_org
152
ଶବ୍ଦାର୍ଥ: କଦର୍ଥ — ଉଚ୍ଚାରଣ: Kadartha ସଂ. ବି. କର୍ମଧା. କୁ+ଅର୍ଥ; କୁ ସ୍ଥାନରେ କତ୍ ଆଦେଶ — ୧: କୌଣସି ଶବ୍ଦର କୁତ୍ସିତ ଅର୍ଥ — ୧. Misinterpretation; bad sense or meaning given to an expresion. ୨: କୁତ୍ସିତ ବା ନିନ୍ଦ୍ୟ ପ୍ରୟୋଜନ ବା ଉଦ୍ଦେଶ୍ୟ — ୨. Evil intention, ସଂ. ବିଣ ବହୁବ୍ରୀହ — ୧: ବ୍ୟର୍ଥ —୧. Ineffectual. ୨: ନିରର୍ଥକ — ୨. Without any sens...
କଦର୍ଥ
https://or.wiktionary.org/wiki/%E0%AC%95%E0%AC%A6%E0%AC%B0%E0%AD%8D%E0%AC%A5
or_wiktionary_org
101
ଶବ୍ଦାର୍ଥ: କଦର୍ଯ୍ୟ — ଉଚ୍ଚାରଣ: Kadarjya କଦର୍ଯ୍ୟ—ବି ସଂ. ବିଣ. କୁ+ଅର୍ଯ୍ୟ=ଅଧିକାରି; ଶ୍ରେଷ୍ଠ — ୧: କୁତ୍ସିତ —୧. Bad; clumsy; nasty; awkward; base. ୨: କୃପଣ; ଯେ ନିଜେ ପାଇ ଓ ଆପଣା ପରିବାରକୁ ଦୁଃଖ ଓ ଅଭାବରେ ପକାଇ ଧନ ସଞ୍ଚେ — ୨. Miserly; niggardly. ୩: ଲୋଭି —୩. Covetuous. ୪: ନିତ; ଜଘନ୍ୟ; କ୍ଷୂଦ୍ର — ୪. Petty; aboneinable. ଦେ. ବି. — ୧: କୃପଣ ବ୍ୟକ...
କଦର୍ଯ୍ୟ
https://or.wiktionary.org/wiki/%E0%AC%95%E0%AC%A6%E0%AC%B0%E0%AD%8D%E0%AC%AF%E0%AD%8D%E0%AD%9F
or_wiktionary_org
100
ଶବ୍ଦାର୍ଥ: କଦଳୀ — ଉଚ୍ଚାରଣ: Kadaḻī ସଂ. ପର୍ୟ୍ୟାୟ:— ବାରଣା; ମୋଚା; ଅମ୍ବୂସାରୀ; ଅଂଶୁମତ୍ଫଳାଛ ଦିର୍ଘପତ୍ର; ବୃଷପୁଷ୍ପା; ରମ୍ଭା; ସ୍ବାଦୂଫଳା; ସକୃତ୍ଫଳା; ନିଃସାରି; ବନଲକ୍ଷ୍ମୀ; ଭାନୂଫଳା; ଗୁଛଫଳା; ରୋଚକ; ସୁଫଳା; ଚର୍ମରାବତି; ପୁରୁଷେନ୍ଦିୟ ବାରଣବୁଷା ବାରବୁଷା ବାରଣବଲ୍ଲଭା ସଂ. ବି. କ=ବାୟୁ + ଦଳ୍ ଧାତୁ = ଦଳିବା+ଅ+ସ୍ତ୍ରୀ. ଈ; ଯେ ବାୟୁକର୍ତ୍ତୁକ ଦଳିତ ହୁଏ — ୧: ରମ୍ଭାଗଛ ...
କଦଳୀ
https://or.wiktionary.org/wiki/%E0%AC%95%E0%AC%A6%E0%AC%B3%E0%AD%80
or_wiktionary_org
159
ଶବ୍ଦାର୍ଥ: କନକ — ଉଚ୍ଚାରଣ: Kanaka ସଂ. ବି. କନ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅକ — ୧: ସୁବର୍ଣ୍ଣ; ସୁନା —୧. Gold. ୨: ପଲାଶ ଗଛ — ୨. Butea Frondosa tree. ୩: ନାଗେଶ୍ବର ଗଛ — ୩. The Indian Rose chestnut. ୪: ଧାତୁରା ଗଛ —୪. The Thorn-apple plant. ୫: କଞ୍ଚନ ଗଛ—ଦେଖ ୫. Kan̄chana tree see ୬: ଚମ୍ପା ଗଛ —୬. The Champaka tree. ୭: ଚମ୍ପାଫୁଲ — ୭. The...
କନକ
https://or.wiktionary.org/wiki/%E0%AC%95%E0%AC%A8%E0%AC%95
or_wiktionary_org
101
ଶବ୍ଦାର୍ଥ: କନକକୂଟ — ଉଚ୍ଚାରଣ: Kanakakūṭa ସଂ. ବି. ବହୁବ୍ରୀହି; କନକ+କୂଟ=ଶୃଙ୍ଗ — ୧: ପର୍ବତବିଶେଷ — ୧. Name of a mountain. କନକକୂଟଗିରିକ୍ତ ଉଇଁ ଆସୁଛଇଁ—ବିଷ୍ଣୂକେଶରୀ ପୁରାଣ ୨: କୌଳାସର ଶୃଙ୍ଗବିଶେଷ — ୨. A peak of the Everest. ଦ୍ର—ପୌରାଣିକ କଥା ଅଛି ଯେ ପବନ ଓ ଗରୁଡ଼ର କଳିରେ ଏହି ହେମକୂଟ ବା କନକକୂଟ ଛିଡ଼ି ଉଡ଼ି ଯାଇ ସମୁଦ୍ରରେ ପଡ଼ିବାରୁ ଲଙ୍କା ବା ସିଂହଳ ଦ୍ବୀ...
କନକକୂଟ
https://or.wiktionary.org/wiki/%E0%AC%95%E0%AC%A8%E0%AC%95%E0%AC%95%E0%AD%82%E0%AC%9F
or_wiktionary_org
63
ଶବ୍ଦାର୍ଥ: କନକସ୍ନାନ — ଉଚ୍ଚାରଣ: Kanakasnāna ସଂ. ବି — ରାଜମାନେ ସିଂହାସନରେ ବସିବା ପୂର୍ବରୁ ମନ୍ତ୍ରୋଚ୍ଚରଣପୂର୍ବକ ଯେଉଁ ସ୍ନାନ କରନ୍ତି — Shower-bath administered to kings on their accession to the thorne. ଦ୍ର—ଏହି ସ୍ନାନ କନକଘଟରେ ଜଳଦ୍ବାରା ଯଥାବିଧି ସମାହିତ ହୁଏ ଦେ. ବି. ବ୍ୟଙ୍ଗ୍ୟ — କନକମୁଦ୍ରାରେ ସ୍ନାନରୂପ ପୁରସ୍କାର; କୌଣସି ବ୍ୟକ୍ତି ଗୁଡିଏ ସୁନା ମଉଡ ଉ...
କନକସ୍ନାନ
https://or.wiktionary.org/wiki/%E0%AC%95%E0%AC%A8%E0%AC%95%E0%AC%B8%E0%AD%8D%E0%AC%A8%E0%AC%BE%E0%AC%A8
or_wiktionary_org
60
ଶବ୍ଦାର୍ଥ: କନକା — ଉଚ୍ଚାରଣ: Kanakā ଦେ. ବି. — ୧: ଚିଲିକାକୂଳ ବାଲିଆ ପଟୁରେ ଜନ୍ମଥିବା ଏକ ପ୍ରକାର ଘାସ ଏହାର ମୂଳରୁ ମୁଥାମୂ ପରି ଯେଉଁ ଶ୍ବେତସାରମୟ ଦ୍ରବ୍ୟ ବାହାରେ ତାହାକୁ ଦୁର୍ଭିକ୍ଷରେ ଲୋକେ ଖାଇ ବଞ୍ଚନ୍ତି — ୧. A kind of grass growing on the Chilka coast in Puri district and its root. ୨: ଓ଼ଡ଼ିଶାର ଗଡଜାତ ନରସିଂହପୁର ଓ ହିନ୍ଦୋଳ ରାଜ୍ୟ ଦ୍ବୟରେ ଅବସ୍ଥିତ ପ...
କନକା
https://or.wiktionary.org/wiki/%E0%AC%95%E0%AC%A8%E0%AC%95%E0%AC%BE
or_wiktionary_org
81
ଶବ୍ଦାର୍ଥ: କନିଆଁ — ଉଚ୍ଚାରଣ: Kaniāñ কন্যে कुआँरी ଗ୍ରାମ୍ୟ ପଦ୍ୟ ବି. ସ୍ତ୍ରୀ. ସଂ. କନ୍ୟା; କନାୟସୀ — ୧: କୁମାରୀ; ଅବିବାହିତା ବାଳିକା — ୧. Maid; virgin. ସେ ସତ୍ୟବତୀଙ୍କର କନିଆଁ କାଳରେ କୃଷ୍ଣସିଂହ. ମହାଭାରତ. ଆଦି কন্যা वनरी, दुल्हीन ୨: ବର ପାଇ ପ୍ରସ୍ତାବିତା କନ୍ୟା — ୨. A bride elect. ଆପଣ ସଦୃଶେ କନିଆ ନ ପାଇଲେ କୃଷ୍ନସିଂହ. ମହାଭାରତ. ବନ ୩: ନବବିବାହିତା ବଧ...
କନିଆଁ
https://or.wiktionary.org/wiki/%E0%AC%95%E0%AC%A8%E0%AC%BF%E0%AC%86%E0%AC%81
or_wiktionary_org
145
ଶବ୍ଦାର୍ଥ: କନିକା — ଉଚ୍ଚାରଣ: Kanikā ସଂ. ଜୟପାଳ; କନକଫଳ, ଦନ୍ତୀବୀଜ; ତିନ୍ତିଡ଼ିଫଳ জয়পাল जमालगाटा ମ. ଜେପାଲ ପୁ. ନେପାଳେ ଆ. ହବୁସ୍ସଲୋତୀନ ଫା. ତୁଖମେବେଂଦଂ; ଜୀରଖତାଇ ତେ. ନେପାଳମୁ ଦେ. ବି. ସଂ. ମଳଦ୍ରବୀ; ଘଣ୍ଟାବୀଜ — ୧: ଜୟାପାଳ ମଞ୍ଜି — ୧. Purging croton-seed Uolium Crotonio. ଦ୍ର—ଏ ମଞ୍ଜି ବିରେଚକ, ପିତ୍ତ ଓ କଫନାଶକ; ଏହା ଜୁଲାପ୍ ରୂପେ ବ୍ୟବହୃତ ହୁଏ ୨: ବା...
କନିକା
https://or.wiktionary.org/wiki/%E0%AC%95%E0%AC%A8%E0%AC%BF%E0%AC%95%E0%AC%BE
or_wiktionary_org
126